BREAKING

ମୋଦି ନଂ ୧

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ମୋଦି ଲିଷ୍ଟ ରେ ଟପ୍। ଗୁଜରାଟର ଏକ ସାମାନ୍ୟ ପରିବାରରୁ ଆସି ଦେଶର ସର୍ବୋଚ୍ଚ ପଦବୀରେ ପହଂଚିବା ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ଯେଉଁ ଗୋଟିଏ କଥାକୁ ସମସ୍ତେ ସ୍ୱୀକାର କରିଛନ୍ତି, ତାହା ହେଲା ତାଙ୍କ ରାଜନୈତିକ ଅଜେୟ ଯାତ୍ରା । ଲଗାତର ଅପରାଜେୟ ହୋଇ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ତାଙ୍କୁ ଘେରିବା ପାଇଁ ଜୋରଦାର ପ୍ରୟାସ ଚଳାଇ ଆସିଛନ୍ତି । କିନ୍ତୁ ଗୁଜରାଟରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ମୋଦିଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଥିବା ସମସ୍ତ ଚକ୍ରବ୍ୟୁହ ବିଫଳ ହୋଇ ମାଟିରେ ଲୋଟି ପଡିଛି ୨୦୦୧ରେ ଯେତେବେଳେ ମୋଦି କ୍ଷମତାର ସିଡି ଚଢି ଗୁଜରାଟର ସର୍ବୋଚ୍ଚ ଆସନରେ ବସିବାକୁ ସମର୍ଥ ହେଲେ, ସେବେଠାରୁ ମୋଦି ଓ ପରାଜୟ କେବେ ଗୋଟିଏ ରାସ୍ତାରେ ଚାଲୁଥିବାର ଦେଖିବାକୁ ମିଳିନାହିଁ । କାରଣ ଗୁଜରାଟରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଯେତେବେଳେ ବି ମୋଦିଙ୍କୁ ଅଟକାଇବା ପାଇଁ ପ୍ରୟାସ କରାଯାଇଛି, ସେ ସବୁ ପ୍ରୟାସ ତାଙ୍କ ଜୟ ଯାତ୍ରାରେ ଇନ୍ଧନ ଭଳି କାମ ଦେଇଛି ।।ସବୁଠାରୁ ବଡକଥା ହେଉଛି ସାମାଜିକ ଜୀବନରେ ମୋଦିଙ୍କୁ ବିରୋଧ କରୁଥିବା ଲୋକଙ୍କୁ ସେହି ମୋଦିଙ୍କ ଯୋଗୁଁ ହିଁ ପରିଚୟ ମିଳିଛି । ବିରୋଧୀଙ୍କୁ ମଂଚ ଓ ପରିଚୟ ମିଳିଲା, ଅନ୍ୟ ପକ୍ଷରେ ମୋଦିଙ୍କୁ ମଧ୍ୟ ଏଥିରୁ ଆଗକୁ ବଢିବା ପାଇଁ, ସଫଳତାର ସିଡି ଚଢିବା ପାଇଁ ପ୍ରେରଣା ମିଳିଲା । ମୋଦିଙ୍କୁ କେବଳ ବିପକ୍ଷ ବିରୋଧ କରୁନଥିଲେ ବରଂ ନିଜ ଦଳରେ ମଧ୍ୟ ମତଭେଦ, ଅସହମତି ଓ ଘୋର ବିରୋଧର ସାମ୍ନା କରିବାକୁ ପଡିଥିଲା ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.