BREAKING

ଦଶମ ପରୀକ୍ଷା ଦେଇଥିବା ପିଲାଙ୍କ ପାଇଁ ଖୁସି ଖବର

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରମାଶିଷ ହାଜ୍ରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ମେ ୧୯ ତାରିଖ ସୁଦ୍ଧା ପରୀକ୍ଷା ନିରୀକ୍ଷକମାନେ ସବୁ କେନ୍ଦ୍ରରେ ପହଞ୍ଚିବେ। ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାଙ୍କନ କରାଯିବ। ଏହି ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ ହେବ। କଣ୍ଟେନମେଣ୍ଟ ଜୋନରେ ଯଦି କୌଣସି ଖାତା ଦେଖା କେନ୍ଦ୍ର ଥାଏ, ତା’ହେଲେ ବୋର୍ଡ ନିଷ୍ପତ୍ତି ନେଇ କାର୍ଯ୍ୟ କରିବ । ନିୟୋଜିତ ଶିକ୍ଷକମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ।

ଫେବ୍ରୁଆରି ୧୯ ରୁ ମାର୍ଚ୍ଚ ୨ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ମାର୍ଚ୍ଚ ୧୮ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। କିନ୍ତୁ ଦୁଇଦିନ ଖାତା ଦେଖା ହେବା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.