BREAKING

ଛାତ୍ରାବାସରେ ଜନ୍ମଦିନ ପାଳିଲେ ଯୁବନେତା ଅଭିଳାଷ ମାଣିଆ

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ଭୂବନେଶ୍ବର ମହାନଗର ନିଗମ ୟୁନିଟ୍-୮, ରାଜଭବନ ସରକାରୀ ଛାତ୍ରାବାସରେ ନିଜର ଜନ୍ମଦିନ ପାଳନ କଲେ ଯୁବନେତା ଅଭିଳାଷ ମାଣିଆ । ନୟାପଲ୍ଲୀ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଓ ଛାତ୍ରନେତା ଶ୍ରୀ ସୁଦୀପ୍ତ ପ୍ରକାଶ ପୃଷ୍ଟି, ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସଂଯୋଜନାରେ ସହରାଞ୍ଚଳର ଉପେକ୍ଷୀତ ଛାତ୍ର ମାନଙ୍କ ପାଇଁ ଆବାସିକା ଛାତ୍ରାବାସର କୁନିକୁନି ପିଲାମାନଙ୍କ ଗହଣରେ ଜନ୍ମଦିନର କେକ୍ କାଟିବା ସହ ପିଲାମାନଙ୍କ ସହ ଖୁସି ମୂହୁର୍ତ୍ତରେ ନିଜ ଜନ୍ମଦିନ ପାଳନ କରିଥିଲେ ଯୁବନେତା ଅଭିଳାଷ ମାଣିଆ । କୁନିକୁନି ପିଲାମାନେ ଶ୍ରୀଯୁକ୍ତ ମାଣିଆଙ୍କୁ ପୁଷ୍ପ ଗୁଚ୍ଛ ଓ କରତାଳିରେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଥିଲେ । ଶ୍ରୀଯୁକ୍ତ ମାଣିଆ ପିଲାମାନଙ୍କୁ ମିଷ୍ଟାନ୍ନ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ବିନାୟକ ୟୁଥ୍ ଆସୋସିଏସନ୍ର କୋଷାଧ୍ୟକ୍ଷ ଶ୍ରୀ ଜୀବନ କୁମାର ଦାସଙ୍କ ସମେତ ଆସୋସିଏସନ୍ର ସମସ୍ତ କର୍ମମର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.