BREAKING

ହୋମ୍ ଆଣ୍ଡ ଡେକୋର ପ୍ରଦର୍ଶନୀ ଇଣ୍ଡିଆ ଇନ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାର ଆରମ୍ଭ

0

ଉତ୍କଳ ପୋଷ୍ଟ ବ୍ୟୁରୋ:

କ୍ରେଡାଇ ଭୁବନେଶ୍ୱର, ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଜି.ଏସ୍. ମାର୍କେଟିଙ୍ଗ ଆସୋସିଏଟ୍ସର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ହୋମ୍ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇନ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାର ଆରମ୍ଭ ହୋଇଯାଇଛି । ଏହି ଫେୟାର ୧୧ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ଏହି ଫେୟାରକୁ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ ମାନ୍ୟବର ପଂଚାୟତରାଜ, ପାନୀୟ ଜଳ, ଆଇନ, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ର ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ନାଲକୋର ମାନବ ସମ୍ବଳ ବିଭାଗର ନିର୍ଦ୍ଦେଶକ ବସନ୍ତ କୁମାର ଠାକୁରଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନ୍ର ସଭାପତି କାନ୍ତିଲାଲ ପଟେଲ, ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ, ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ରମେଶ ମହାପାତ୍ର, ଏକ୍ସିବିସନ୍ ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ପ୍ରକାଶ ଶାହା, ଜିଏସ୍ ମାର୍କେଟିଙ୍ଗ ଆସୋସିଏଟସ୍ର ସିଇଓ ସୁପର୍ଣ୍ଣା ଦତ ଗୁପ୍ତା ଆଦି ଉପସ୍ଥିତ ଥିଲେ ।

କ୍ରେଡାଇ ଭୁବନେଶ୍ୱର ପ୍ରାୟୋଜିତ ହୋମ୍ ଆଣ୍ଡ ଡେକୋର ପ୍ରଦର୍ଶନୀରେ ବିଭିନ୍ନ ରିୟଲ ଇଷ୍ଟେଟ୍ ଡେଭଲପରସ୍ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିଛନ୍ତି ।
ଏହା ବ୍ୟତୀତ ରିୟଲ ଇଷ୍ଟେଟ୍ ସମ୍ବନ୍ଧିତ ସମସ୍ତ ଉପକରଣ କମ୍ପାନୀ ଏବଂ ବ୍ୟାଙ୍କ ଆଦି ମଧ୍ୟ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି ।

ଏହି ଅବସରରେ କ୍ରେଡାଇ ଭୁବନେଶ୍ୱରର ସଭାପତି କାନ୍ତିଲାଲ ପଟେଲ କହିଲେ, ଆମେ ସମସ୍ତେ ଜାଣୁ ଯେ, ବିଶ୍ୱର ମୁଖ୍ୟ ୧୪ଟି ଶିଳ୍ପ କ୍ଷେତ୍ର ମଧ୍ୟରୁ ନିର୍ମାଣ ଶିଳ୍ପ ତୃତୀୟ ସ୍ଥାନରେ ଅଛି । ଏହି କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଘର କିଣାବିକା ଉପରେ ଜିଏସ୍ଟିକୁ ୧୨% ରୁ ୫% ପ୍ରତିଶତକୁ କମାଇ ଦେଇଛନ୍ତି । ମେଟ୍ରୋ ସହରରେ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ଡେଭଲପରକୁ ଅନେକ ଅନୁମତି ନେବାକୁ ପଡିଥାଏ, ଯାହାକି ଅନେକ ସମୟ ସାପେକ୍ଷ ଏବଂ ଏଥି ଯୋଗୁଁ ପ୍ରକଳ୍ପର ଦାମ୍ ବଢି ଗ୍ରାହକ ଉପରେ ଏହାର ପ୍ରଭାବ ପଡେ । ଏହାଦ୍ୱାରା ରିଅଲଇଷ୍ଟେଟ୍ ପ୍ରଭାବିତ ହେବା ସହ ସରକାରଙ୍କ ଟ୍ୟାକ୍ସ ଆଦାୟ କମିଯାଉଛି । ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ, ଏହି ସମସ୍ୟାକୁ ଗମ୍ଭୀର ଭାବେ ବିଚାର କରି ପଦକ୍ଷେପ ନେବେ ।

କ୍ରେଡାଇ ଭୁବନେଶ୍ୱରର ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ ଚଳିତ ବର୍ଷ ଆମେ ଅନେକ ଆଫୋଡେବୋଲ ହାଉସିଂ ଏବଂ ରେଡି ଟୁ ମୁଭ୍ ପ୍ରକଳ୍ପ ପ୍ରଦର୍ଶିତ । ଏହି ଗୋଟିଏ ସ୍ଥାନରେ ଗ୍ରାହକ ନିଜର ସମସ୍ତ ଗୃହ ଉପକରଣ ସାମଗ୍ରୀ ପାଇପାରିବେ ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.