BREAKING

ଆସୁଛି ବାତ୍ୟା ‘ଅମ୍ଫାନ’ , ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିସାବାସୀ ମହାବାତ୍ୟଠାରୁ ଆରମ୍ଭ କରି ଫନି, ତିତ୍‌ଲି, ବୁଲ୍‌ବୁଲ୍‌, ଫାଇଲିନ୍‌ ଓ ହୁଡ୍‌ହୁଡ୍‌ର ମୁକାବିଲା କରି ଆସିଛନ୍ତି। ‘ଅମ୍ଫାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାଛଡା ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗକୁ ବାତ୍ୟା ସମୟରେ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଥିବା ବେଳେ ବାତ୍ୟା ପରେ ରାସ୍ତା, ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥାକୁ ସ୍ଵାଭାବିକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାରେ ଏକ ଲକ୍ଷ ହେକ୍ଟରର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଚାଷୀମାନଙ୍କୁ ଏ ସଂପର୍କରେ ସଚେତନ କରାଇବାକୁ ବୈଠକରେ ଗୁରୁତ୍ଵାରୋପ କରାଯାଇଛି। ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ୫୬୭ ବାତ୍ୟା ଆଶ୍ରୟସ୍ଥଳୀ ଓ ୭ ହଜାର ପକ୍କା ଘର ପ୍ରସ୍ତୁତ କରାଯାଇଛି। ଏଥିସହ ୩ଟି ଏନ୍‌ଡିଆର୍‌ଫ, ୧୨ଟି ଓଡ୍ରାଫ୍‌ ଟିମ୍ ଓ ୩୫୫ ୟୁନିଟ୍‌ ଅଗ୍ନିଶମ ସେବା ବାହିନୀ ମୁତୟନ କରାଯାଇଛି ବୋଲି‌ ବୋଲି ବୈଠକରେ ଉପସ୍ଥିତ ଥିବା ସ୍ଵତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ ଜେନା କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ମେ’ ୧୮ରୁ ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ୧୯ ଓ ୨୦ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.