BREAKING

କାହା ହାତରେ ଦିଲ୍ଲୀ ଦରବାର ?

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ଦିଲ୍ଲୀର ଲଡୁ ସରାଇରେ ରହୁଥିବା ସେଜୁଆନ୍ ପରିବାରରେ ପହଂଚିଥିଲେ ଆମ ଦିଲ୍ଲୀ ପ୍ରତିନିଧି । ଆଉ ଜାଣିବାକୁ ଚାହିଁଥିଲେ, ଦିଲ୍ଲୀ ସରକାରଙ୍କ ମାଗଣା ପାଣି ଓ ବିଜୁଳି ସୁବିଧା ତାଙ୍କ ଜୀବନରେ କେଉଁ ଭଳି ପରିବର୍ତନ ଆଣିଛି । ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଯେ, ଏହି ସିଜୁଆନ୍ ପରିବାର ମାସକ ୧୬ଶହରୁ ୧୮ଶହ ଟଙ୍କା ବିଜୁଳି ବିଲ୍ ଦେଉଥିଲେ । ହେଲେ ଗତ ନଭେମ୍ବର ମାସରୁ ଆଜି ଯାଏଁ ସେମାନଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡୁନି ।ଠିକ୍ ସେହିପରି ଏହି ପରିବାର ମାସିକ ୭୦ ଯାଏଁ ପାଣି ପାଇଁ ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ କେଜ୍ରିୱାଲ ସରକାରଙ୍କ ଶସ୍ତା ପାଣି ଯୋଜନା ଯୋଗୁଁ ତାଙ୍କୁ ଖୁବ୍ କମ୍ ଦେୟ ଦେବାକୁ ପଡୁଛି । ଏମିତି କି ଆଗରୁ ଘଂଟାଏ ପାଇଁ ପାଣି ଆସୁଥିବା ବେଳେ ଏହା ୫ଘଂଟା ଯାଏଁ ପାଣି ଆସୁଥିବା କହିଛନ୍ତି ଏହି ପରିବାର ।ଦିଲ୍ଲୀ କେଜ୍ରିୱାଲ ସରକାର ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ୨ଶହ ୟୁନିଟ୍ ଯାଏଁ ବିଜୁଳି ବିଲ୍ ସଂପୂର୍ଣ୍ଣ ମାଗଣା କରିଥିବା ବେଳେ ମାସିକ ୨୦ ହଜାର ଲିଟର୍ ଯାଏଁ ମାଗଣା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଆଉ ଏହି ଭଳି ଲୋକାଭିମୂଭୀ ଯୋଜନା ଦିଲ୍ଲୀର ଭୋଟ୍ରଙ୍କୁ ବେଶ୍ ପ୍ରଭାବିତ କରିଛି । ଆଉ ସେଇଥି ପାଇଁ ବୋଧେ ଦିଲ୍ଲୀରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.