ଉତ୍କଳ ପୋଷ୍ଟ ବ୍ୟୁରୋ:
ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡ ମରା ଘଟଣାରେ ବନବିଭାଗ ପକ୍ଷରୁ ନିଆଗଲା କାର୍ଯ୍ଯାନୁଷ୍ଠାନ । ଆକ୍ରମଣ କରିଥିବା ଦୁଇ ବନକର୍ମଚାରୀ ନିଲମ୍ବିତ । ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ର ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ କଲେ ପୁରୀ ଡିଏଫଓ ସୁଶାନ୍ତ କୁମାର। ଜିଓଡିଶାର କ୍ୟାମେରା ପର୍ସନ ଚିତ୍ତରଞ୍ଜନ ଖୁଣ୍ଟିଆକୁ ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ସୂଚନା ହସ୍ତଗତ ହୋଇଛି।