BREAKING

ବନ୍ଦ ହେଲା ଜିଓର ମାଗଣା ସେବା

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ଜିଓର ମାଗଣା ଯୁଗ ଶେଷ । ମାଗଣା ଭଏସ କଲରେ କଟକଣା ଲଗାଇଛି ରିଲାଏନ୍ସ ଜିଓ । ଏଣିକି ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ କଲେ ପଡିବ ପଇସା । ଅଣ- ଜିଓ ମୋବାଇଲକୁ କଲ କଲେ ମିନିଟ ପିଛା ୬ ପଇସା ପଡିବ । ତେବେ ଆସନ୍ତାକାଲି ଠାରୁ ଏହି ନୂଆ ନିୟ୍ମ ଲାଗୁ ହେବ ବୋଲି ଜିଓ ପକ୍ଷରୁ ବଡ ଘୋଷଣା କରାଯାଇଛି ।ତେବେ ପୂର୍ବପରି ଜିଓରୁ ଜିଓକୁ କଲ ମାଗଣା ରହିବ । ଆଗରୁ ଯେମିତି ଜିଓ ପରିବାର ମଧ୍ୟରେ କଥାବାର୍ତ୍ତା ମାଗଣାରେ ହେଉଥିଲା ତାହା କରିହେବ । ମାତ୍ର ଅଣ ଜିଓକୁ କଲେ ପଇସା ପଡିବ ବୋଲି ଘୋଷଣା କରାଯାଇଛି ।ତେବେ ଏହି ନୂଆ ନିୟମ କାଲି ଠାରୁ ଲାଗୁ ହେଉଥିବା ବେଳେ ଯେଉଁମାନଙ୍କ ବୈଧତା ଅକ୍ଟୋବର ୧୦ ପର ଯାଏଁ ରହିଛି ସେମାନଙ୍କର କୌଣସି କ୍ଷତି ହେବନି କି ଅନ୍ୟ ନେଟୱର୍କକୁ କଲ କଲେ ୬ ପଇସା କଟିବନି । ମାତ୍ର ଯେଉଁ ଦିନ ଭ୍ୟାଲିଡିଟି ସରିବ ଆଉ ସେ ନୂଆ ରିଚାର୍ଜ କରିବେ ସେବେ ଠାରୁ ଏହି ନିୟମ ସମ୍ପୃକ୍ତ ନମ୍ବରରେ ଲାଗୁ ହେବ ଯାହା କାଲି ଠାରୁ ଲାଗୁ ହେଉଛି ।ଇଣ୍ଟରକନେକ୍ସନ ୟୁସେଜ୍‌ ଚାର୍ଜେସ ବାବଦରେ କମ୍ପାନି ଏହା ଆଦାୟ କରିବାକୁ ଥିବା ବେଳେ ପ୍ରିପେଡ ଗ୍ରାହକମାନେ ଏକ ଆଇୟୁସି ଟପ-ଅପ ଭାଉଚର ପକାଇ ନନ-ଜିଓ ମୋବାଇଲ ନମ୍ବର( ଏୟାରଟେଲ, ଭୋଡାଫୋନ-ଆଇଡିଆ, ବିଏସଏନଏଲ, ଏମଟିଏନଏଲ) କୁ ପୂର୍ବପରି ମାଗଣାରେ କଲ କରିପାରିବେ ।ଏସବୁ ଟପ-ଅପ ଭାଉଚର ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୨୦, ୫୦ ଓ ୧୦୦ ଟଙ୍କା ପର୍ୟ୍ୟନ୍ତ ରହିଛି । ଏସବୁ ଟପ-ଅପ ଭାଉଚର ଗୁଡ଼ିକ ମାଧ୍ୟମରେ ମାଗଣା ଡାଟା ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୋଷ୍ଟପେଡ ଗ୍ରାହକମାନେ ମିନିଟ ପିଛା ୬ ପଇସା ପ୍ରଦାନ କରିବେ । ଜିଓ ପରେ ଅନ୍ୟ ଅପରେଟରମାନେ ମଧ୍ୟ ସମାନ ବ୍ୟବସ୍ଥା ଆରମ୍ଭ କରିବାର ସମ୍ଭାବନା ରହିଛି ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.