BREAKING

କାଳିଆ କଳି

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ପଦାରେ ପଡିଲା କାଳିଆ ଯୋଜନାର କଳା କାହାଣୀ । ସରକାର କହୁଛନ୍ତି ୨୦ ହଜାର ସରକାରୀ ଓ ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି । ନାବାଳକ, ନାବାଳିକାଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିଛି । ମୋଟ୍ ୫୧ଲକ୍ଷ ୫ହଜାର ୨୯୦ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ବାହାରିଛନ୍ତି ୩ଲକ୍ଷ ୪୧ ହଜାର ହିତାଧିକାରୀ । କାଳିଆ ଟଙ୍କା ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି, ସରକାରୀ କର୍ମଚାରୀଙ୍କ ଦରମାରୁ ଟଙ୍କା କଟିବ । ଆଉ ଯିଏ ସ୍ୱତଃ ଟଙ୍କା ଫେରାଇବାକୁ ଚାହିଁବେ ସେମାନଙ୍କ ପାଇଁ ଏକ ଆକାଉଂଟ ନମ୍ବର ମଧ୍ୟ ଜାରି କରାଯାଇଛି ।ଯୋଗ୍ୟ-ଅଯୋଗ୍ୟର ଲମ୍ବା କସରତ ଭିତରେ କାଳିଆ ଯୋଜନାକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା କାହାରିକୁ ବି ବିଚଳିତ କରିଦେବ । କାରଣ ଚାଷୀଙ୍କ କଲ୍ୟାଣ ପାଇଁ ହୋଇଥିବା ରାଜ୍ୟ ସରକାରଙ୍କ ସବୁଠୁ ଚର୍ଚ୍ଚିତ ‘କାଳିଆ’ ଯୋଜନାରେ କେଉଁମାନେ ଅଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ତାଙ୍କ ବାବଦକୁ କେତେ ଟଙ୍କା ରାଜକୋଷରୁ ଯାଇଛି ନଜର ପକାନ୍ତୁ ।
-୨୦ ହଜାର ସରକାରୀ ଚାକିରିଆ ଓ ପେନସନ୍ ଭୋଗୀ ଅର୍ଥାତ୍ ୧୦ କୋଟି
-୯ ହଜାର ନାବାଳକ/ନାବାଳିକା ଅର୍ଥାତ୍ ୪ କୋଟି ୫୦ ଲକ୍ଷ
-୧୨ ହଜାର ବଡ଼ ଚାଷୀ ଅର୍ଥାତ୍ ବଡ଼ ଚାଷୀଙ୍କ ନାଁରେ ଯାଇଛି ୬କୋଟି
ଏହି ତାଲିକା ଆହୁରି ଲମ୍ବା । ଆଉ ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ବିବେଚିତ ହୋଇଛନ୍ତି ୩ଲକ୍ଷ ୪୧ ହଜାର ହିତାଧିକାରୀ । ଏବେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଆଣିବା ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ପାଲଟିଛି । ଆଉ ଏଥିପାଇଁ ଭିନ୍ନ ଭିନ୍ନ ତରିକା ଆପଣାଇବାକୁ ଯାଇଛନ୍ତି ସରକାର ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.