ଉତ୍କଳ ପୋଷ୍ଟ ବ୍ୟୁରୋ:
ନର୍ସ ନିହାରିକା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ କିଶୋର ଚନ୍ଦ୍ର ଆଞ୍ଚଲ ଗତକାଲି ବିରିଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଗତକାଲିଠାରୁ ତାକୁ କଟକ ଜିଲ୍ଲାର ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ଜେରା କରାଯାଉଛି । କିଶୋରଠାରୁ ସତ ଓଗାଳିବା ପାଇଁ ଜଗତସିଂହପୁର ଏସପିଙ୍କ ସମେତ ଜଗତସିଂହପୁର ଏସଡିପିଓ ବିରିଡି ଥାନା ଅଧିକାରୀ ଓ ଜଗତସିଂହପୁର ସଦର ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ଜେରା କରୁଛନ୍ତି ।ହତ୍ୟାକାଣ୍ଡ ବାବଦରେ କିଶୋରଠାରୁ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଥିବାର ଶୁଣା ଯାଉଥିଲେ ମଧ୍ୟ ପୋଲିସ କିଛି ବିଧିବଦ୍ଧ ଭାବରେ କହିନାହିଁ । ଶୁଣାଯାଉଛି ରଙ୍ଗ ମିସ୍ତ୍ରୀ ରହୁଥିବା ଚାଉଳିଆ ଗଞ୍ଜ ଘରେ ହିଁ ନିହାରିକାଙ୍କୁ ହତ୍ୟା କରାଯାଇଥିଲା । ସେଠାରୁ ତାଙ୍କୁ ଅଖା ଭିତରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦିଆଯାଇଥିଲା । ଶବକୁ ଅଖାରେ ବାନ୍ଧି ନଦୀକୁ ପକାଇବାରେ ଏକାଧିକ ଲୋକଙ୍କର ସମ୍ପୃକ୍ତି ଥିବାର ଜେରା ବେଳେ ଜଣା ଯାଇଛି । ଶବକୁ ଅଖାରେ ବାନ୍ଧି ନଦୀକୁ ପକାଇବାରେ ଏକାଧିକ ଲୋକଙ୍କର ସମ୍ପୃକ୍ତି ଥିବାର ଜେରା ବେଳେ ଜଣାପଡିଛି ।ସୁରାକ ପାଇବା ପରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ଏଥିରେ ସହଯୋଗ କରିଥିବା ଅନ୍ୟ ଦୁଇ ଜଣ ଯୁବକଙ୍କୁ ଥାନାକୁ ଧରି ଆଣି ଥିବାର ଜଣାପଡିଛି । ତେବେ ପୋଲିସ ଏ ବାବଦରେ କିଛି ସୂଚନା ଦେଉ ନଥିବା ବେଳେ କିଶୋର ଦେଇଥିବା ବୟାନରେ କେତେ ସତ୍ୟତା ରହିଛି ତାର ମଧ୍ୟ ତଦନ୍ତ କରାଯାଉ ଥିବାର ଜଣାପଡିଛି ।