BREAKING

ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୁଗରେ ୫ ଥର ପାଇଁ ଦେଶକୁ ସମ୍ବୋଧିତ କରିବାବେଳେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଭୂମି, ଶ୍ରମିକ, ସଂଗଠନ ଏବଂ ପୁଞ୍ଜି କୁ ଗୁରୁତ୍ୱ
ଉତ୍ପାଦନ ବୃଦ୍ଧି କରିବା ଏବଂ ଆତ୍ମ ନିର୍ଭରଶୀଳ ଭାରତ ପାଇଁ ମଧ୍ୟ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
ଏହି ପ୍ୟାକେଜ୍ ଦେଶର ଚାଷୀଙ୍କ ପାଇଁ, ଯେଉଁମାନେ ଦିନରାତି କାମ କରୁଛନ୍ତି। ଏହା ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ। ଏହି ପ୍ୟାକେଜ୍ ଭାରତୀୟ ଶିଳ୍ପ ପାଇଁ। ଆସନ୍ତାକାଲି ଠାରୁ କିଛି ଦିନ ପାଇଁ ଭାରତର ଅର୍ଥମନ୍ତ୍ରୀ ଏହି ପ୍ୟାକେଜ୍ ବିଷୟରେ ବିସ୍ତୃତ ସୂଚନା ଦେବେ ବୋଲି ପିଏମ କହିଛନ୍ତି।
ଲକଡାଉନ କୁ ମଧ୍ୟ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ। ୧୮ମେ ପୂର୍ବରୁ ଏହାର ତଥ୍ୟ ଦିଆଯିବ ବୋଲି କହିଲେ ପ୍ରଧାନମନ୍ତ୍ରୀ।
କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ କିଛି ଭିନ୍ନ ପ୍ରକାର ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଦେଶ ଭାରତର ଗରିବ ଭାଇ ଓ ଭଉଣୀମାନଙ୍କର ସହନଶୀଳତା ମଧ୍ୟ ଦେଖିଛି। ଏହି ସମୟ ମଧ୍ୟରେ ସେମାନେ ବହୁତ କଷ୍ଟ ସହିଛନ୍ତି। ଏମିତି କିଏ ହେବ ଯିଏ ସେମାନଙ୍କ ଅନୁପସ୍ଥିତି ଅନୁଭବ କରିନଥିବେ। ଏହାକୁ ଧ୍ୟାନରେ ରଖି ପ୍ରତ୍ୟେକ ବିଭାଗ ପାଇଁ ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯିବ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.