BREAKING

ସେବା କରୁଥିବା ସମସ୍ତ ବ୍ୟକ୍ତି ଙ୍କୁ ପ୍ରଣାମ ଜଣାଇଲେ ପ୍ରଧାନ ମନ୍ତ୍ରୀ

ବୁଧ ପୁର୍ଣିମା ଅବସର ରେ ପ୍ରଧାନ ମନ୍ତ୍ରୀ ଙ୍କ ସମ୍ବୋଧନ

0

ଉତ୍କଳ ପୋଷ୍ଟ ବ୍ୟୂର:
ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଦ୍ଧଙ୍କ ପବିତ୍ର ବାର୍ତ୍ତା ଦେବା ସହ କରୋନା ଯୁଦ୍ଧରେ ସାମିଲ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି।
ମଣିଷ ସାମ୍ନା କରୁଥିବା ପ୍ରତ୍ୟେକ ବିପଦକୁ ଦୂର କରିବା ପାଇଁ ସନ୍ଦେଶ ଏବଂ ସଙ୍କଳ୍ପ ଭାରତର ସଭ୍ୟତା ଓ ସଂସ୍କୃତିକୁ ସବୁବେଳେ ଏକ ନୂତନ ଦିଗ ଦେଖାଇ ଆସିଛି। ଭଗବାନ ବୁଦ୍ଧ ଭାରତର ସଂସ୍କତିକୁ ଅଧିକ ସମୃଦ୍ଧ କରଛନ୍ତି। ସେ ନିଜ ଜୀବନକୁ ନିଜେ ଦୀପ ହୋଇ ଆଲୋକିତ କରିଛନ୍ତି। ସେତିକି ନୁହେଁ, ସେହି ଆଲୋକରେ ଅନ୍ୟ ଜୀବନକୁ ମଧ୍ୟ ଆଲୋକିତ କରଛନ୍ତି।

ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ବିଶ୍ୱ ମହାମାରୀର ମୁକାବିଲା କରୁଥିବା ବିଶ୍ୱର ସମସ୍ତ ହେଲ୍‌ଥ ୱାର୍କର୍ସ ଏବଂ ଅନ୍ୟ ସେବା କର୍ମୀଙ୍କ ପାଇଁ ପ୍ରାର୍ଥନା ସପ୍ତାହ ଭାବ ପାଳନ କରିବା ପାଇଁ ସଂକଳ୍ପ ନେଇଛି। ଆଜିର ଏଇ ହତାଶ ଏବଂ ନୈରାଶ୍ୟ ସମୟରେ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଅଧିକ ପ୍ରାସଙ୍ଗିକ ମନେ ହୁଏ। କରୋନା ମୁକାବିଲା ସମୟରେ ବୁଦ୍ଧଙ୍କ ବାର୍ତ୍ତା ମଣିଷ ସମାଜ ପାଇଁ ଏକ ପ୍ରେରଣା।
ଏହି ଅବରସରେ ବିଶ୍ୱର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମ୍ବୋଧନ କରି ମୋଦି କହିଥିଲେ, ଆପଣ ନିଜେ, ନିଜ ପରିବାରର ତଥା ଯେଉଁ ଦେଶରେ ଅଛନ୍ତି ସେହି ଦେଶର ଯତ୍ନ ନିଅନ୍ତୁ। ନିଜକୁ ରକ୍ଷା କରନ୍ତୁ ଏବଂ ଯଥା ସମ୍ଭବ ଅନ୍ୟକୁ ବି ସାହାଯ୍ୟ କରନ୍ତୁ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.