BREAKING

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ର ରକ୍ତଦାନ ଶିବିର

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ଆଜି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଉକ୍ତ ଶିବିରକୁ କମିଶନରେଟ ପୋଲିସ ଏସିପି ତଥା ଭାରତୀୟ ରେଡ୍କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀ ଲଳିତେନ୍ଦୁ ମହାନ୍ତି,ନୟାପଲ୍ଲୀ ଦୁର୍ଗା ପୂଜା କମିଟି ର ସଭାପତି ପବିତ୍ର ମୋହନ ବେହେରା ଏବଂ ରାଜଧାନୀ ଭଷାଣି ସମିତି ର ସମ୍ପାଦକ ନିତ୍ୟାନନ୍ଦ ବେହେରା ଉଦ୍ଘାଟନ କରିଥିଲେ।ଏହି କରୋନା ମହାମାରୀ ସମୟରେ ସାମାଜିକ ସଂଗଠନ ସମର୍ପିତ ର ଏହା କମିଶନରେଟ ପୋଲିସ ସହଭାଗିତାରେ ଷଷ୍ଠ ଓ ନିଜସ୍ୱ ୧୯ ତମ ରକ୍ତଦାନ ଶିବିର ଅଟେ।
ସମର୍ପିତ ର ସଦସ୍ୟ ଗଣେଶ ପରିଡା,ଅଭିଜିତ ବାରିକ, ଟ୍ଵିଙ୍କିଲ, କୃତିଦୀପ୍ତ ପରିଡା,ଆଦିତ୍ୟ, ଦୁର୍ଗା ଙ୍କ ସହ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାକୃତ ରକ୍ତଦାତା ମାନେ ସରକାର ଙ୍କର କୋଭିଡ ନିୟମ ମାନି ରକ୍ତଦାନ କରିଥିଲେ ।
ସମର୍ପିତ ର ସମ୍ପାଦକ ସାର୍ଥକ କୁମାର ପରିଡା,ସୁଶୀଲକାନ୍ତ ପ୍ରଧାନ, ଓ ସାଇ ଶୁଭମ ଶିବିର ପରିଚାଳନା କରିଥିଲେ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.