ଷ୍ଟିଲି ଆୱାର୍ଡ ୨୦୨୦ ରେ ଟାଟା ଷ୍ଟିଲ କୁ ସଫଳତା
ଉତ୍କଳ ପୋଷ୍ଟ ବ୍ୟୁରୋ:
ବିଶ୍ଵ ଷ୍ଟିଲ ସଂଘ ପକ୍ଷରୁ ଆୟୋଜିତ ୧୦ ମ ଷ୍ଟିଲି ଆୱାର୍ଡ ୨୦୨୦ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିନ୍ନ ଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବିଭିନ୍ନ ଷ୍ଟିଲ କମ୍ପାନୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୂର୍ବରୁ ଅକ୍ଟୋବର ମାସ ରେ ସଂଘ ର ବାର୍ଷିକ ଉତ୍ସବ ରେ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା। ଚଳିତ ବର୍ଷ ମହାମାରୀ କାରଣ ରୁ ବିଜେତା ମାନଙ୍କ ନାମ ଅନଲାଇନ୍ ରେ ଘୋଷଣା କରାଯାଇଥିଲା।
ଉକ୍ତ ଉତ୍ସବ ରେ ପୁରସ୍କୃତ ହୋଇଥିବା ସାତୋଟି ବିଭାଗ ମଧ୍ୟରୁ ଟାଟା ଷ୍ଟିଲ କୁ ଦୁଇଟି ବିଭାଗ ରେ ପୁରସ୍କୃତ କରାଯାଇଥିଲା। ଡିଜିଟାଲ ଯୋଗାଯୋଗ ରେ ଉତ୍କୃଷ୍ଟତା ଏବଂ ବିଭିନ୍ନ ଯୋଗାଯୋଗ ଯୋଜନା ରେ ଉତ୍କୃଷ୍ଟତା (#WeAlsoMakeTomorrow) ନିମନ୍ତେ ଟାଟା କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଏକ ବର୍ଷ ର ପ୍ରଦର୍ଶନ କୁ ଆଖି ଆଗରେ ରଖି ଏହି ପୁରସ୍କାର ର ବିଜେତା ଚୟନ କରାଯାଇଥିଲା। ଅପରପକ୍ଷରେ ଟାଟା ଷ୍ଟିଲ ୟୁରୋପ କୁ ଜୀବନ ଚକ୍ର ମୂଲ୍ୟାଙ୍କନ ରେ ଶ୍ରେଷ୍ଠ ବିଜେତା ଭାବେ ପୁରସ୍କୃତ କରାଯାଇଥିଲା।