BREAKING

ବିଶାଖପାଟଣା ରେ ବିଷାକ୍ତ ଗ୍ୟାସ୍ ଲିକ୍ ଅସୁସ୍ଥ ହେଲେଣି ୫ ହଜାର ରୁ ଅଧିକ

ବିଶାାପାଟଣା ରେ ପରିସ୍ଥିତି ଅସମ୍ଭାଳ ୯ ଜଣ ଙ୍କ ର ମୃତ୍ୟ।

0

ଉତ୍କଳ ପୋଷ୍ଟ ବ୍ଯୁର:ସାରା ବିଶ୍ୱରେ ମହାମାରି କୋରେନାର ଆତଙ୍କ ଖେଳୁଥିବା ବେଳେ ଆଜି ଆନ୍ଧ୍ର‌ପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ କାରଖାନାରୁ ଲିକ୍ ହୋଇଥିବା ବିଷାକ୍ତ ବାଷ୍ପ ଅନ୍ୟୂନ ୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୨୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଶହ ଶହ ଗ୍ରାମବାସୀଙ୍କର ମୁଣ୍ଡବଥା, ବାନ୍ତି ଓ ଶ୍ବାସପ୍ରଶ୍ବାସଜନିତ ଅସୁବିଧା ହେବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି।  ଗୋପାଳପଟ୍ଟନମ୍ ପାଖ ଭେପାଗୁଣ୍ଟାରେ ଥିବା ‘ଏଲ୍‌ଜି ପଲିମରର୍ସ’ କାରଖାନାରୁ ବାଷ୍ପ ନିର୍ଗତ ହୋଇଥିବା କଥା ଗ୍ରେଟର୍‌ ବିଶାଖାପଟ୍ଟନମ୍ ମ୍ୟୁନିସ୍‌ପାଲ୍ କର୍ପୋରେସନ୍ କମିସନର୍ ସୃଜନ ଗୁମ୍ମାଲ୍ଲା କହିଛନ୍ତି। ଭୋର ୪ ଟା ସମୟରେ ସେ କାରଖାନାରୁ ପିଭିସି କିଂବା ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହୋଇଥିଲା।


ସ୍ଥାନୀୟ କର୍ତ୍ତୁପକ୍ଷ ଙ୍କ କହିବା ଅନୁସାରେ ପ୍ରାୟ ୧୫୦ ଲୋକ ଙ୍କୁ ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି।ସୁରକ୍ଷା ଦୃଷ୍ଟି ରୁ ୫ କିଲୋ ମିଟର ପରିଧି ଭିତରେ ଥିବା ଲୋକମାନଙ୍କୁ ଘର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।ଗ୍ୟାସ୍ ଲିକ୍ ହବାର ପ୍ରକୃତ କାରଣ ଏବେ ଯାଏ ଜଣା ପଡିନି।ପ୍ରଧାନ ମନ୍ତ୍ରୀ ମଧ୍ୟ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରି ଘଟଣା ର ତଦନ୍ତ କରିବା ପାଇଁଁ ନିର୍ଦ୍ଦେଶ ଦେଇଛନ୍ତି।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.